ସୁନ୍ଦରୀକୁ ଜଗିବା ପାଇଁ ଆସିବେ ମହେନ୍ଦ୍ର ଓ ରାଜକୁମାର

ଅନୁଗୁଳ, (ବିକାଶ ଚନ୍ଦ୍ର ସାାହୁ):  ବାଘୁଣୀ ସୁନ୍ଦରୀ ଚିନ୍ତା ବନ ବିଭାଗକୁ ଘାରିଛି । ଏନକ୍ଲୋଜର ଭିତରେ ପ୍ରାୟ ୨ ମାସରୁ ଅଧିକ ସମୟ ହେଲା ସୁନ୍ଦରୀକୁ ରଖା ଯାଇଥିବା ବେଳେ ଏନ.ଟି.ସି.ଏ. ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛି । ଖୋଲାମେଲା ଜଙ୍ଗଲରେ ତାକୁ ନ ଛାଡିବା ଫଳରେ ତାର ସ୍ୱଭାବରେ ପରିବର୍ତ୍ତନ ଆସିବାରେ ଆଶଙ୍କା ରହିଛି । ଆଉ ତାର ସ୍ୱଭାବରେ ପରିବର୍ତ୍ତନ ଆସିଲେ ସାତକୋଶିଆକୁ ଯେଉଁ ଉଦ୍ୟେଶରେ ଅଣା ଯାଇଥିଲା ତାହାର ସୁଫଳ ମିଳି ପାରିବ ନାହିଁ ।

ଏଥିପାଇଁ ଏନ.ଟି.ସି.ଏ. ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ତାଗିଦ ମଧ୍ୟ କଲାଣି । ସୁନ୍ଦରୀକୁ ଜଗିବା ପାଇଁ ଚନ୍ଦକା ଅଭୟାରଣ୍ୟରୁ ହାତୀ ଆଣିବାକୁ ଚେଷ୍ଟା କର ଯାଇଥିଲା । ହାତୀ ଯଶୋଦାକୁ ଅଣା ଯାଉଥିବାବେଳେ ହଠାତ ତାକୁ ବାଟରୁ ଅଟକାଇ ଫେରାଇ ନିଆ ଯାଇଥିଲା । ଏହାପରେ ସାତକୋଶିଆ କର୍ତ୍ତୃପକ୍ଷ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ  ଆଣିବା ପାଇଁ ଯୋଜନା କରା ଯାଇଛି ।

ସୂଚନା ମୁତାବକ ଏହି ଦୁଇ ପୋଷା ହାତୀ ରବିବାର ସାତକୋଶିଆ ଅଭିମୁଖେ ଆସିବେ । ଏଠାରେ ପହଞ୍ଚିବା ପରେ ସାତକୋଶିଆ ଜଙ୍ଗଲ ସହିତ ଖାପ ଖୁଆଇବା ପରେ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜର ଭିତରୁ ବାହାରକୁ ଛଡ଼ାଯିବ । ଆଉ ତା ଉପରେ ଦୁଇ ପୋଷା ହାତୀ ମହେନ୍ଦ୍ର ଏବଂ ରାଜକୁମାର ସହ ବନ ବିଭାଗ କଡା ନଜର ରଖିବ ।  

Spread the love