ଆଦିବାସୀ ମେଳା ଉଦଘାଟିତ, 15 ଦିନ ଧରି ଚାଲିବ

ଆରମ୍ଭ ହୋଇଛି  ଆଦିବାସୀ ମେଳା । 15 ଦିନ ଧରି ଏହି ମେଳା ଚାଲିବ । ମେଳାରେ 180ଟି ଷ୍ଟଲରେ ଆଦିବାସୀ ଜୀବନ ଶୈଳୀ, ଚିତ୍ରକଳା ଓ ସ୍ଥାପତ୍ୟ ଉପସ୍ଥାପିତ ହେବା ସହ ଜଙ୍ଗଲଜାତ ଦ୍ରବ୍ୟ ଓ ସାମଗ୍ରୀର ବିକ୍ରି ଚାଲିଛି।

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଆଦିବାସୀମାନଙ୍କ ପାରମ୍ପରିକ ଗୃହ, ଜୀବନ ଶୈଳୀ, କଳା, ସଂସ୍କୃତିକୁ ଗୋଟିଏ ପରିବେଷ୍ଟନୀରେ ସଜାଯାଇଛି । ଏହା ସହ ରହିଛି ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଷ୍ଟଲ । ଏହା ସାଙ୍ଗକୁ ରହିଛି ସ୍ୱତନ୍ତ୍ର ଖାଦ୍ୟର ପସରା । 

ଚଳିତ ବର୍ଷ ଆଦିବାସୀ ମେଳାରେ ରହିଛି 180ଟି ଷ୍ଟଲ । ଏଥିରେ ଆଦିବାସୀ କଳା ସଂସ୍କୃତି ଓ ଜୀବନ ଶୈଳୀର ପ୍ରଦର୍ଶନ ପାଇଁ ରହିଛି 24ଟି ପାରମ୍ପରିକ ଗୃହ । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ 34ଟି ପିଣ୍ଡି ରହିଛିି । ସେହିପରି ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କର 28ଟି ଷ୍ଟଲ ଖୋଲିଛି ଏହି ମେଳାରେ ।

ସରକାରଙ୍କ 36ଟି ଷ୍ଟଲ ରହିଥିବାବେଳେ ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ରହିଛି 34ଟି ସ୍ୱତନ୍ତ୍ର ଷ୍ଟଲ । 

Spread the love