ଦୁର୍ଗାପୂଜା ଉପଲକ୍ଷେ ପୋକୋ ପକ୍ଷରୁ ଦମଦାର  ଫିଚର 

 ନୂଆଦିଲ୍ଲୀ,୧ା୯ : ସାଓମି ଇଣ୍ଡିଆ ପକ୍ଷରୁ ପୋକୋ ଏମ୮‍ଏକ୍ସ ୫ଜିର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ରହିଛି ନୂତନ କ୍ୱାଲକମ୍‌ ସ୍ନାପଡ୍ରାଗନ ୪ ଜେନ ୫ ପ୍ରୋସେସର ସହ ବିଶାଳ ୭୯୦୦ଏମଏଏଚ ବ୍ୟାଟେରୀ। ଏହାର ୪୫ୱାଟ ଦ୍ରୁତ ଚାର୍ଜିଙ୍ଗ ଦ୍ୱାରା ମୋବାଇଲକୁ ଖୁବ ଶୀଘ୍ର ସମ୍ପୂର୍ଣ ଚାର୍ଜ କରାଯାଇପାରୁଥିବାବେଳେ, ୨୨.୫ୱାଟର ରିଭର୍ସ ଚାର୍ଜିଙ୍ଗ ଦ୍ୱାରା ମୋବାଇଲରୁ ଅନ୍ୟାନ୍ୟ ଉପକରଣ କିମ୍ବା ଅନ୍ୟ ସ୍ମାର୍ଟଫୋନକୁ ମଧ୍ୟ ଚାର୍ଜ କରିହେବ। ଅନ୍ୟାନ୍ୟ ମୁଖ୍ୟ ଫିଚର ଗୁଡିକ ମଧ୍ୟରେ ରହିଛି ଆଇପି ୬୪ ରେଟିଙ୍ଗ, କର୍ଣ୍ଣିଙ୍ଗ ଗୋରିଲା ଗ୍ଲାସ୭ଆଇ ସୁରକ୍ଷିତ ଡ଼ିସପ୍ଲେ, ବୃହତ ୬.୯-ଇଞ୍ଚ ୧୨୦ଏଚଜେଡ଼ ଯୁକ୍ତ ଡ଼ିସପ୍ଲେ। ଏହା ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ସହ ଉପଲବ୍ଧ ହେଉଥିବାବେଳେ, ଏହାର ଷ୍ଟୋରେଜକୁ ୧ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।  ପୋକୋ ଏମ୮‍ଏକ୍ସ ୫ଜି ର ୪ଜିବି+୧୨୮ଜିବି ଯୁକ୍ତ ଭାରିଆଣ୍ଟର ମୂଲ୍ୟ ୨୦,୯୯୯ ଟଙ୍କା ଏବଂ ୬ଜିବି+୧୨୮ଜିବି ଭାରିଆଣ୍ଟ ୨୨,୯୯୯ ଟଙ୍କା ରହିଛି।  ବଜାର ପ୍ରବେଶ ଅଫରର ଅଂଶବିଶେଷ ଭାବରେ ଗ୍ରାହକମାନେ ବିକ୍ରୟର ପ୍ରଥମ ଦିନରେ ୨,୦୦୦ ଟଙ୍କାର କୁପନ ମୂଲ୍ୟ ସହିତ ଏହି ସ୍ମାର୍ଟଫୋନର ନୂତନ ପ୍ରଭାବୀ ମୂଲ୍ୟ କ୍ରମାନ୍ୱୟରେ ୧୮,୯୯୯ ଟଙ୍କା ଏବଂ ୨୦,୯୯୯ ଟଙ୍କାରେ ପାଇପାରିବେ।

Spread the love

Leave a Reply

Your email address will not be published. Required fields are marked *