ଫୋନ୍‌ ପେ’ ପକ୍ଷରୁ ଫିଚର ଫୋନ୍‌ରେ ୟୁପିଆଇ ପେମେଣ୍ଟ ସୁବିଧା 

ମୁମ୍ବଇ, ୧ା୯: ଫୋନ୍‌ ପେ’ ପକ୍ଷରୁ ଆଜି ଫୋନପେ ୟୁପିଆଇ ୧୨୩ ପେ’ର ଲଞ୍ଚ୍‌ ଘୋଷଣା କରାଯାଇଛି ଯାହା ଭାରତର ଫିଚର ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଇଣ୍ଟରନେଟ୍‌ କନେକ୍ସନ ବିନା ୟୁପିଆଇ ପେମେଣ୍ଟ କ୍ଷମତା ଆଣିଛି। ଏହାସହିତ ଫୋନ୍‌ ପେ ଭାରତର ୨୦୦ ମିଲିୟନରୁ ଅଧିକ ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ୟୁପିଆଇ ପେମେଣ୍ଟର ବିସ୍ତାର କରିଥିବା ପ୍ରଥମ ପ୍ରମୁଖ ଥାର୍ଡ-ପାର୍ଟି ଆପ୍ଲିକେଶନ ପ୍ରୋଭାଇଡର (ଟିପିଏପି)ରେ ପରିଣତ ହୋଇଛି। ଏହା ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଅଗ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସେବା ନୋକିଆ, ଏଚଏମଡି, ଲାଭା ଇଣ୍ଟରନ୍ୟାଶନାଲ ଓ ଆଇଟଲ ମୋବାଇଲ-ଟ୍ରାନ୍‌ସନ ହୋଲ୍ଡିଙ୍ଗ୍‌ସ ଡିଭାଇସଗୁଡିକରେ ପ୍ରି-ବଣ୍ଡଲ୍‌ଡ ହୋଇ ଆସିବ ଏବଂ ଏନେଇ ଅନ୍ୟ ହ୍ୟାଣ୍ଡସେଟ୍‌ କମ୍ପାନୀଙ୍କ ସହ ଆଗାମୀ ମାସଗୁଡିକରେ ସହଭାଗିତା କରାଯିବ ଏହି ଲଞ୍ଚ୍‌  ଆମର ନିଜସ୍ୱ ଟେକ୍ନୋଲୋଜି ଷ୍ଟାକ୍‌ ଉପରେ ଆଧାରିତ ଯାହାକୁ ସ୍ୱତନ୍ତ୍ର ରୂପେ ଫିଚର ଫୋନଗୁଡିକରେ ୟୁପିଆଇ ପମେଣ୍ଟ ପାଇଁ ନିର୍ମାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *