ଟ୍ରକକୁ ପିଟିଲା କଣ୍ଟେନର, ଗୁରୁତର ଅବସ୍ଥାରେ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ୱର: ଟ୍ରକକୁ ପିଟିଲା କଣ୍ଟେନର । କ୍ୟାବିନ ଭିତରେ ଚାପି ହୋଇ ରହିଗଲେ ଟ୍ରକ ଡ୍ରାଇଭର । ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ଗ୍ଯାସ କଟରରେ କାଟି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୧୬ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ବାଇକ ବୋଝେଇ କଣ୍ଟେନର ଦ୍ରୁତ ଗତିରେ ଯାଉଥିଲା ବେଳେ ଜମାଳପୁର ବାଇପାସ ନିକଟରେ ଆଗରେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇଯାଇଥିଲା । ଫଳରେ ଡ୍ରାଇଭର ଜଣକ କଣ୍ଟେନର କ୍ଯାବିନରେ ପ୍ରାୟ ଦୁଇ ଘଣ୍ଟା ଧରି ଚାପି ହୋଇ ରହି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ ।

ଅନ୍ୟପଟେ ଡ୍ରାଇଭରଙ୍କ ଗୋଟିଏ ଗୋଡ଼ କଟି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଡ୍ରାଇଭର ଜଣକ ନାଗାଲାଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଦୁଇଟି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *