ସମ୍ ପକ୍ଷରୁ ‘ଅଙ୍କୋଲୋଜି ଫର୍ ପୋଷ୍ଟ ଗ୍ରାଜୁଏଟ୍‌ସ’ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଶନିବାର ଦୁଇଦିନିଆ କର୍ମଶାଳା ‘ଅଙ୍କୋଲୋଜି ଫର୍ ପୋଷ୍ଟ ଗ୍ରାଜୁଏଟ୍ସ’ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ ଡାକ୍ତରମାନେ ଯୋଗ ଦେଇଛନ୍ତି । ଏହି କର୍ମଶାଳାର ପ୍ରସଙ୍ଗ ରହିଛି ‘ଫଣ୍ଡାମେଂଟାଲ୍‌ସ ଅଫ୍ ଅଙ୍କୋଲୋଜି ଫର ଫ୍ୟୁଚର୍ ସର୍ଜନ୍ସ’ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସମାନ୍ତସିଂହାର ଯୋଗ ଦେଇ କହିଥିଲେ ଏଭଳି କର୍ମଶାଳାଦ୍ୱାରା ଭବିଷ୍ୟତର ସର୍ଜନ, ପିଜି ଛାତ୍ରଛାତ୍ରୀ, ଡାକ୍ତର ଓ ଫ୍ୟାକଲ୍ଟି ବହୁମାତ୍ରାରେ ଉପକୃତ ହୋଇପାରିବେ । ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚ କୋଟରୀ ଆଧୁନିକ ଜ୍ଞାନ କୌଶଳର ଚିକିତ୍ସା ପ୍ରଦାନ କରାଯିବା ସହିତ ରୋବୋଟିକ୍ ମାଧ୍ୟମରେ ରୋଗୀଟିକୁ କିପରି ସର୍ଜରୀ କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ କରାଯାଉଛି ବୋଲି ପ୍ରଫେସର ସାମନ୍ତସିଂହାର ଉଦ୍‌ବୋଧନ ଦେବା ସହ ସର୍ଜିକାଲ ଅଙ୍କୋଲୋଜି ବିଭାଗ ଦ୍ୱାରା ଆୟୋଜିତ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆଡିସ୍‌ନାଲ ଡିନ୍ (ସୁପର ସ୍ପେଶାଲିଟି) ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କେବଳ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା କ୍ଷେତ୍ରରେ ନୁହେଁ ବରଂ ଶିକ୍ଷାଦାନ ଏବଂ ତାଲିମ୍ କ୍ଷେତ୍ରରେ ଓଡିଶା ସମେତ ସାରା ଦେଶରେ ବେଶ୍ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କର୍କଟ ରୋଗ ଯଥା- ସ୍ତନ କର୍କଟ, ଫୁସ୍‌ଫୁସ୍ କର୍କଟ, କୋଲନ୍ କ୍ୟାନ୍ସର, ଗ୍ୟାଷ୍ଟ୍ରୋ କ୍ୟାନ୍ସର ଏବଂ ପ୍ରୋଷ୍ଟେଟ୍ କ୍ୟାନ୍ସର ବିଷୟରେ ଅବଗତ କରାଇବା ସହ ରୋବୋଟିକ୍ ମାଧ୍ୟମରେ କିପରି ଚିକିତ୍ସା ପ୍ରଦାନ କରାଯାଇପାରିବ ସେ ନେଇ ପ୍ରଶିକ୍ଷିତ କରାଯିବ ବୋଲି ପ୍ରଫେସର ସାହୁ ସୂଚନା ଦେଇଥିଲେ । କର୍କଟ ରୋଗ ବର୍ତମାନ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଭାରତରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ତମାନ ପ୍ରାଥମିକ ସ୍ତରରେ ଥିବା କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଆସୁଛନ୍ତି । ଏହି ସମୟରେ ସେମାନଙ୍କୁ କିପରି ଉତମ ଚିକିତ୍ସା ପ୍ରଦାନ କରାଯିବ ସେ ନେଇ ଡାକ୍ତର ସାହୁ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ର ଆଡିସ୍‌ନାଲ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର (ଏଏଚ୍‌ପିଜିଆଇସି)ର ନିର୍ଦ୍ଦେଶକ ଡାକ୍ତର ଦୀପକ ରାଉତରାୟ, ଭୁବନେଶ୍ୱର ଏମ୍‌ସର ଡିନ୍ ଆକାଡେମିକସ୍ ତଥା ରେଡିଏସନ୍ ଅଙ୍କୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ଦୀଲିପ ପରିଡା, ଭୋପାଳ ସ୍ଥିତ ଦରଭଙ୍ଗା ଏମ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ମାଧବାନନ୍ଦ କର ପ୍ରମୁଖ ଯୋଗ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ପ୍ରଥମ ଦିନରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଆଲୋଚନା ଚକ୍ର ସହ ସର୍ଜିକାଲ୍ ଭିଡିଓ କନ୍‌ଫରେସନ୍ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ସ୍କିଲ୍ ଲାବ୍ ରେ ହାଣ୍ଡ୍ ଅନ୍ ରୋବୋଟିକ୍ ଏକ୍ସପିରିଏସନ୍ ପ୍ରଶିକ୍ଷଣ କରାଯିବ । ଏହି କାର୍ଯ୍ୟକ୍ରମରେ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର ) ସୁନୀଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *