ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୧୬/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଫୁଲ୍ ଭଲିବଲ୍ କୋର୍ଟ (ପଡ଼ିଆ) ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଏହି କୋର୍ଟକୁ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ହଷ୍ଟେଲ୍ ଚିଫ୍ ୱାର୍ଡେନ୍ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନୁଷ୍ଠାନ ପରିସରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କୋର୍ଟ ଆରମ୍ଭ କରାଯାଇଥିବା ବେଳେ ପିଲାମାନେ ରାତିରେ ମଧ୍ୟ ଭଲିବଲ ଅଭ୍ୟାସ କରିପାରିବେ । ଏଥି ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଜଣେ ଭଲିବଲ କୋଚଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *