ଭାରତରେ କରୋନାରେ ମୃତ ସଂଖ୍ୟା ୬କୁ ବୃଦ୍ଧି

ବିହାର ପାଟନାରେ ଏମ୍ସରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ବିହାରର ପ୍ରଥମ କରୋନା ଆକ୍ରାନ୍ତ ମୃତ୍ୟୁ ବୋଲି ସୂଚନା ମିଳିଛି । ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ଆଜି ପ୍ରଥମେ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେ ବିହାରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ କତାରରୁ ଭାରତ ଫେରିଥିଲେ । ତେବେ ଭାରତ ଫେରିବା ପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ପାଟଣା ସ୍ଥିତ ଏମ୍ସ ରେ ଭର୍ତି କରାଯାଇଥିଲା । ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ଏହା ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପାଠ ଯାଇଥିଲା । ପରୀକ୍ଷା ରିପୋର୍ଟ ଆଜି ଆସିବା ପରେ ବ୍ୟକ୍ତି ଜଣକ କରୋନା ପୋଜିଟିଭ୍ ଥିବା ନେଇ ସ୍ପଷ୍ଟ ହୋଇଯାଇଛି। ମୃତ ଯୁବକ ଜଣଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି।

Spread the love