ଗୁଣି ଗାରେଡି ସନ୍ଦେହରେ ମାରିଦେଇଥିବା ଅଭିଯୋଗ, ୫ ଅଟକ

ବ୍ରହ୍ମପୁର :  suspicion of witchcraft ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ ।  ଗୁଣି ଗାରେଡ଼ି କୁ ନେଇ ବ୍ୟକ୍ତି ଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ । ବ୍ୟକ୍ତି ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ମେରାମା ଗାଁ ର ରାମ ମାଝୀ । ବ୍ୟକ୍ତି ଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ର ରେ ହତ୍ୟା ପରେ ପୋଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ଗାଁ ଠାରୁ ଅଢ଼େଇ କିଲୋ ମିଟର ପାହାଡ଼ ଉପରେ ଏକ କୁଡ଼ିଆ ଘର କରି ରହୁଥିଲେ ।

ସେହି କୁଡ଼ିଆ ଘରେ ରହି ଚେରମୂଳି ଉପଚାର କରି ଆସୁଥିଲେ। ସୂଚନା ଅନୁଯାୟୀ, କିଛିଦିନ ତଳେ ଗାଁ ର ଜଣେ ମହିଳା ଓ ଦୁଇ ମାସ ର ଶିଶୁ ମୃତ୍ୟୁ କୁ ନେଇ ରାମ ଚନ୍ଦ୍ର ମଲ୍ଲିକ ଗୁଣି ଗାରେଡ଼ି କରିଥିବାର ସନ୍ଦେହ କରୁଥିଲେ ଗ୍ରାମବାସୀ । ଫଳରେ ଗାଁ ରେ ବୈଠକ କରି ତାଙ୍କୁ ଘରୁ ଡ଼ାକିନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ରେ ପୋଲିସ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି l

Spread the love

Leave a Reply

Your email address will not be published. Required fields are marked *