ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା !

ଭୁବନେଶ୍ବର: ସୃଷ୍ଟି ହେଲା ଅବପାତ । ୧୨ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ! ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଅବପାତଟି ମିଆଁମାରର ମାୱଲାମ୍ୟାଇନ ଠାରୁ ପ୍ରାୟ ୧୦୦ କିମି ଦକ୍ଷିଣରେ, ୟାଙ୍ଗୁନ୍ ଠାରୁ ପ୍ରାୟ ୨୦୦ କିମି ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ।

ସେହିପରି କୋକୋ ଦ୍ୱୀପଠାରୁ ପ୍ରାୟ ୪୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜର ମାୟାବନ୍ଦରଠାରୁ ପ୍ରାୟ ୫୯୦ କିମି ପୂର୍ବ-ଉତ୍ତରପୂର୍ବରେ ରହିଛି । ପାଣିପାଗ ପୂର୍ବାନୁମାନ ଅନୁସାରେ, ଆଗାମୀ ୧୨ ଘଣ୍ଟା ଏହି ପାଣିପାଗ ପ୍ରଣାଳୀ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ଏହାପରେ ଏହି ପାଣିପାଗ ପ୍ରଣାଳୀ ମିଆଁମାର ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ମଧ୍ୟରେ ଏହା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିପାରେ ।

Spread the love

Leave a Reply

Your email address will not be published. Required fields are marked *