ଗୀତ ଗାଇ ‘କୋରନା’ ସମ୍ପର୍କରେ ସଚେତନ କରାଇଲେ ଆଇପିଏସ୍‌ ସାରା ଶର୍ମା

ବିଶ୍ୱରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୮ ପହଞ୍ଚିଲାଣି। ‘କୋରନା’ ଠାରୁ କିପରି ମାନବ ସମାଜ ମୁକ୍ତି ପାଇବ ସେଥିପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି। ତେବେ ଗଜପତି ଜିଲ୍ଲା ଏସ୍‌ପି ସାରା ଶର୍ମା  ଗୀତ ଗାଇ ଲୋକଙ୍କୁ ‘କୋରନା’ ସମ୍ପର୍କରେ ସଚେତନ କରାଇଛନ୍ତି। ସେ ଗୀତ ମାଧ୍ୟମରେ ଲୋକଙ୍କୁ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ଅବଲମ୍ୱନ କରିବା ବୁଝାଇଥିବା ବେଳେ ସରକାରଙ୍କ ସମସ୍ତ କରୋନା ସତର୍କତା ବାର୍ତ୍ତା ବିଷୟରେ ବି ଅବଗତ କରିବାକୁ ଚେଷ୍ଟା କରିଛନ୍ତି।ଏହି ଗୀତରେ ସାରା ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ ମଧ୍ୟ ସ୍ୱର ଦେଇଛନ୍ତି। ଏହି ଗୀତ ସୋଶାଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି। ଦୁଇ ଦିନ ପୂର୍ବରୁ ସାରା ଶର୍ମା ପାରଳାଖେମୁଣ୍ଡିର ବିଭିନ୍ନ ଏଟିଏମ ବୁଲି ସାନିଟାଇଜର ବ୍ୟବହାର କରିବାକୁ ଓ ହାତ ଧୋଇବାକୁ ଲୋକଙ୍କୁ ସଚେତନ କରାଇଥିଲେ।

Spread the love