ଟ୍ରେନ୍ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା, ଦେବଦୂତ ସାଜି ଜୀବନ ବଞ୍ଚାଇଲେ RPF ଏଏସଆଇ
ତାଳଚେର: ଟ୍ରେନ୍ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା । ଜୀବନ ବଞ୍ଚାଇଲେ RPF ଏଏସଆଇ । ତାଳଚେର ହାଣ୍ଡିଧୂଆଁ ରେଳ ଷ୍ଟେସନରେ ଅଳ୍ପକେ ବର୍ତ୍ତିଲା ଜୀବନ । ଚଳନ୍ତା ଟ୍ରେନରେ ଚଢିବା ବେଳେ ଜଣେ ମହିଳା ଯାତ୍ରୀ ଖସିପଡ଼ିଥିଲେ । ସେହି ସମୟରେ ଦେବଦୂତ ସାଜି ପହଂଚିଥିଲେ RPF ଅଧିକାରୀ । ତୁରନ୍ତ ମହିଳାଙ୍କୁ ଟ୍ରେନ ଭିତରକୁ ଠେଲି ଦେଇ ଜୀବନ ବଞ୍ଚାଇଥିଲେ । ମହିଳା ଯାତ୍ରୀ ଖସିପଡ଼ିବା ଦେଖି ଡ୍ୟୁଟିରେ RPF ଅଧିକାରୀ ରାକେଶ ଅମାନ୍ତ ତୁରନ୍ତ ଦୌଡ଼ି ଯାଇଥିଲେ । ପରେ ମହିଳାଙ୍କୁ ଟ୍ରେନ୍ ଭିତରକୁ ଠେଲି ଦେଇଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି ।
