କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଟିଚର ଏଲିଜିବିଲିଟି ଟେଷ୍ଟ, ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଭୁବନେଶ୍ୱର : କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଟିଚର ଏଲିଜିବିଲିଟି ଟେଷ୍ଟ ବା OSSTET । ୩୦ଟି ଜିଲ୍ଲାର ୨୬୧ଟି ପରୀକ୍ଷା କେନ୍ଦ୍ରରେ ୫୯ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ସ୍ତରରେ ଶିକ୍ଷକ ହେବାକୁ ଯୋଗ୍ୟତା ହାସଲ ପାଇଁ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି ।

ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି ରହିଛି। ପରୀକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । OSSTETରେ ଦୁଇଟି ପେପର୍ ର ବ୍ୟବସ୍ଥା ରହିଛି। ସାଧାରଣତଃ ଟିଜିଟି ଓ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ଶିକ୍ଷକ ପଦ ପାଇଁ ପେପର୍-୧ ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପାଇଁ ପେପର୍-୨ ରହିଥାଏ ।

ଏହା ଯୋଗ୍ୟତା ପରୀକ୍ଷା ହୋଇଥିବାରୁ OSSTETରେ ସଫଳତା ନିଜେ କୌଣସି ଶିକ୍ଷକ ପଦରେ ନିଯୁକ୍ତିର ନିଶ୍ଚିତତା ଦିଏ ନାହିଁ। ନିଯୁକ୍ତି ପାଇଁ ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ଓ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଲାଗୁ ହୋଇଥାଏ। OSSTET ପରିଚାଳନା କରୁଛି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ବା BSE ।

Spread the love

Leave a Reply

Your email address will not be published. Required fields are marked *