ଖାଦ୍ୟ ଲାଇସେନ୍ସରେ ହୁକ୍କାବାର, ସିଡିଏରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ

କଟକ: କଟକ ସିଡିଏରେ ବେଆଇନ ଜୁଆ ଓ ହୁକ୍କାବାର ଉପରେ ଚଢ଼ାଉ । କେଏମସି ଫୁଡ୍ ସେଫଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ସିଡିଏ ସେକ୍ଟର ୬ କାସ୍ୟୁ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନିକୋଟିନ୍ ଯୁକ୍ତ ହୁକ୍କା, ଜୁଆ, ମଦ ଓ ବାସି ଖାଦ୍ୟ ଜବତ କରାଯାଇଛି । ଖାଦ୍ୟ ଲାଇସେନ୍ସରେ ବେଆଇନ ଭାବେ ହୁକ୍କାବାର ଚାଲିଥିବା ଅଭିଯୋଗ ପରେ ଚଢ଼ାଉ କରିଥିଲା ପୋଲିସ । ରେଷ୍ଟୁରାଣ୍ଟ ଉପରେ ପାଞ୍ଚ ହଜାର ଜରିମାନା ପକାଇ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ ।

ସୂଚନା ଅନୁସାରେ, ରେଷ୍ଟୁରାଣ୍ଟରେ ଖାଦ୍ୟ ଲାଇସେନ୍ସ ନେଇ ବେଆଇନ ଭାବେ ହୁକ୍କାବାର ଚାଲୁଥିବା ନେଇ ଅଭିଯୋଗ ମିଳିଥିଲା। ଏହାପରେ ପୋଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ହୁକ୍କା ସହ ଜୁଆ ଓ ମଦ କାରବାର ସମ୍ପର୍କିତ ସାମଗ୍ରୀ ମିଳିଥିବା ବେଳେ ବାସି ଖାଦ୍ୟ ମଧ୍ୟ ଠାବ ହୋଇଥିଲା । ସହରରେ ବେଆଇନ ହୁକ୍କାବାର, ଜୁଆ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ପ୍ରଶାସନର ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *