ଶିକାରୀଙ୍କ ଉପରେ ବନ ବିଭାଗର ଆକ୍ସନ, ୨ ଗିରଫ
ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ବିରୋଧରେ ବନ ବିଭାଗର ବଡ଼ ଚଢ଼ାଉ । ଗୋଟିଏ ଦେଶି ବନ୍ଧୁକ ଜବତ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଳଡ଼ିହା ବନବିଭାଗ । କିଛି ଦିନ ହେଲା କୁଳଡ଼ିହାରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଖିମକୁଟ ଅଞ୍ଚଳର ଖୁମକୁଟ ଅଞ୍ଚଳର ନନ୍ଦିଆ ମୁର୍ମୁ ଓ ଶ୍ୟାମ ସିଂ ପୂର୍ବରୁ ବହୁଥର ଅବାଧ ଶିକାରୀ କରି ଫେରାର ହୋଇଯାଉଥିଲେ । ବିଶେଷ ସୂତ୍ରରୁ ଖବର ପାଇ ହଠାତ୍ ଚଢ଼ାଉ କରିଥିଲେ ବନବିଭାଗ । ଦୁଇଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଶିକାରୀଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଫାଶ ଜାଲ ଓ ବାରୁଦ ଓ ଧନୁତୀର ଜବତ କରଯାଇଛି ।
କୁଳଡିହା ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଓ ନଜରଦାରୀକୁ ଜୋରଦାର କରାଯାଇଛି । ଜଙ୍ଗଲ ଭିତରେ ଅବାଧ ଶିକାର ରୋକିବା ସହ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
