ଜମିବାଡ଼ି ବିବାଦରୁ ମାରପିଟ୍, ୪ ଆହତ
ଆଳି: ଜମିବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷରୁ ୪ଜଣ ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ତରିପାଟଣା ଗାଁରେ ୨ପରିବାର ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ପୂର୍ବରୁ ଏନେଇ ଉଭୟ ପକ୍ଷ ଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ଜମିଜମା ବିବାଦକୁ ନେଇ ପ୍ରଥମେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ସଂଘର୍ଷରେ ଗୋଟିଏ ପରିବାରର ୩ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ଜଣେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛି । ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଜମିଜମା ବିବାଦକୁ ନେଇ ଘଟିଥିବା ଏହି ସଂଘର୍ଷର ପ୍ରକୃତ କାରଣ ଓ ଘଟଣାରେ କେଉଁମାନେ ସମ୍ପୃକ୍ତ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
