ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ, ଷ୍ଟୁଡିଓ ପରିସରରେ ରହିଛି ସ୍ନୋ ୱାର୍ଲ୍ଡ
ଭୁବନେଶ୍ୱର : ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀକରଣ ପରେ ନୂଆ ରୂପରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ । ଏଣିକି ଓଡ଼ିଶାରେ ହିଁ ମିଳିବ ବରଫର ମଜା । ଷ୍ଟୁଡିଓ ପରିସରରେ ରହିଛି ସ୍ନୋ ୱାର୍ଲ୍ଡ, ଯେଉଁଠି ବରଫର ପରିବେଶ ଓ ଶୀତଳ ଅନୁଭୂତି ପର୍ଯ୍ୟଟକଙ୍କୁ ଦେବ ଏକ ଭିନ୍ନ ଅନୁଭବ । ଫିଲ୍ମ ଶୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନର ନୂଆ କେନ୍ଦ୍ର ଭାବେ କଳିଙ୍ଗ ଷ୍ଟୁଡିଓକୁ ବିକଶିତ କରାଯାଇଛି । ସ୍ନୋ ୱାର୍ଲ୍ଡ ପାଇଁ ମଧ୍ୟ ପ୍ରବେଶ ଟିକେଟ୍ ବ୍ୟବସ୍ଥା ରହିଛି । ଫଳରେ ରାଜଧାନୀରେ ମନୋରଞ୍ଜନ ସହ ନୂଆ ପର୍ଯ୍ୟଟନ ଅନୁଭୂତି ପାଇବାର ସୁଯୋଗ ମିଳିବ ।
