ଦେଓମାଳି ଘାଟି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ
ଜୟପୁର: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ବିଗୁଡ଼ୁଛି ସ୍ଥିତି । ଦେଓମାଳି ଘାଟି ରାସ୍ତାରେ ଧସିଲା ମାଟି ଅତଡ଼ା । ରାସ୍ତା ଉପରକୁ ମାଡ଼ି ଆସିଛି ପାହାଡ଼ରୁ ଖସିଥିବା ମାଟି ଓ ବଡ଼ ବଡ଼ ପଥର । ଏହା ସହ ଉପୁଡ଼ି ପଡ଼ିଛି ଗଛ । ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଯାଇଛି । ଅନ୍ୟପଟେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି। ବିଶେଷ କରି ପଟାଙ୍ଗି, ନନ୍ଦପୁର, କୋରାପୁଟ, ଜୟପୁର ଓ ଲକ୍ଷ୍ମୀପୁର ଅଞ୍ଚଳରେ ବର୍ଷା ଲାଗି ରହିଛି ।
ଏଭଳି ସ୍ଥିତିରେ ପାହାଡ଼ିଆ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ। ପ୍ରଶାସନ ପକ୍ଷରୁ ରାସ୍ତା ସଫା ଓ ଯାତାୟାତ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେବା ଜରୁରୀ ।
