ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ ୪୦ରୁ ଅଧିକ ଛେଳି
ଆସିକା : ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ୪୦ରୁ ଅଧିକ ଛେଳି । ଅଗ୍ନିଶମ ବାହିନୀ ସେମାନଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲା । ଆସିକା ବ୍ଲକ ମାମୁଡିହା ଗାଁ ନିକଟରେ ହଠାତ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଏକ ଦ୍ୱୀପ ମଧ୍ୟରେ ୪୦ରୁ ଅଧିକ ଛେଳି ଫସି ରହିଥିଲେ ।
ଚାରିଆଡ଼େ ପାଣି ଘେରି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପଶୁପାଳକଙ୍କ ପାଇଁ ସମ୍ଭବ ହେଉନଥିଲା । ଖବର ପାଇ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରେଞ୍ଜର ଷ୍ଟ୍ରାଇକିଂ ଫାୟାର ଫୋର୍ସର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନଦୀ ମଧ୍ୟକୁ ଯାଇ ଅତ୍ୟନ୍ତ ସତର୍କତାର ସହ ସମସ୍ତ ୪୦ରୁ ଅଧିକ ଛେଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ ।
