୨ ଲକ୍ଷ ୬୬ ହଜାର ୬୬୬ ଟଙ୍କାରେ ନିଲାମ ହେଲା ମାଆ ଲକ୍ଷ୍ମୀଙ୍କ ଲଡ଼ୁ

ତାଳଚେର: ନିଲାମ ହେଲା ମାଆ ଲକ୍ଷ୍ମୀଙ୍କ ଲଡ଼ୁ । ୨ ଲକ୍ଷ ୬୬ ହଜାର ୬୬୬ ଟଙ୍କାରେ ନିଲାମ ହୋଇଛି ଲଡୁ । ତାଳଚେର ବଲଣ୍ଡା ବଣିକ ସଂଘ ପକ୍ଷରୁ ଦୀର୍ଘ ୪୭ ବର୍ଷ ହେବ ଧୁମଧାମରେ ପାଳିତ ହୋଇଆସୁଛି ମା ଲକ୍ଷ୍ମୀଙ୍କ ପୂଜା । ଯେଉଁଥିରେ ମୁଖ୍ୟ ଆକର୍ଷଣ ରହିଥାଏ ମାଙ୍କ ଲଡୁ ନିଲାମ କାର୍ଯ୍ୟକ୍ରମ ।

ଏହି ଅବସରରେ ମା ଲକ୍ଷ୍ମୀଙ୍କ ତିନି କ୍ୱିଣ୍ଟାଲ ଓଜନର ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ଟି ଗ୍ରୁପ୍ ମଧ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାରେ ୧ ଲକ୍ଷ ଟଙ୍କାରୁ ଲଡୁର ନିଲାମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ବ୍ଲକ ସଭାପତିଙ୍କ ସହ ଏମିସିଏଲର ଅଧିକାରୀ ଓ ବଣିକ ସଂଘ ସଭାପତି ଖଗେଶ୍ୱର ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *