କୋଟିଆ ଜଗିବେ ନେତା ଓ ଅଧିକାରୀ, ସବୁ ଦଳର ନେତା ଏକାଠି ହୋଇ ଜଗିବେ କୋଟିଆ

ଭୁବନେଶ୍ୱର : କୋଟିଆ ଜଗିବେ ନେତା ଓ ଅଧିକାରୀ ।  ନିର୍ବାଚନ ଦିନ ସବୁ ଦଳର ନେତା ଏକାଠି ହୋଇ ଜଗିବେ କୋଟିଆ ।  ଚେକ୍ ପୋଷ୍ଟ କରି ସୀମା ଜଗିଛି ଓଡିଶା ପୋଲିସ ।  କୋଟିଆରେ ସ୍ଥାନୀୟ ଲୋକ,ରାଜନୈତିକ ଦଳ, ସାମାଜିକ ସଂଗଠନ ନିର୍ବାଚନ ଦିନ କୋଟିଆରେ ରହିକି ଆନ୍ଧ୍ରର ନିର୍ବାଚନକୁ ପଣ୍ଡ କରିବେ ।  ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଅଛନ୍ତି ।

ଆନ୍ଧ୍ର ପ୍ରଦେଶରୁ ଯେଉଁ ଚାଉଳ ଗାଡି ଆସିଥିଲା ତାକୁ ଲୋକେ ଫେରାଇଦେଲେ ।  ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କୁ ଫେରାଇ ଦିଆଯାଇଛି ।  ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଛି ।  କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ ।  ଏ ନେଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଛନ୍ତି ।

ଆସନ୍ତା ୪ ଓ ୫ ତାରିଖରେ କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ  ।  ନେତା,କର୍ମୀ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନରେ ବସିବୁ ବୋଲି କହିଛନ୍ତି ।  ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାରିକେଡ ଲଗାଯିବ ।  ଆନ୍ଧ୍ର ପୋଲିସ, ନେତା ଓ ଅଧିକାରୀଙ୍କୁ ପ୍ରବେଶ କରିବାକୁ ଦିଆଯିବନି । କୋଟିଆରେ ଆନ୍ଧ୍ର ଅଧିକାରୀ ଓ ନେତା ପ୍ରଚାର ଚଳାଇଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *