ଏହି ନମ୍ବର କୁ ଫୋନ କଲେ ଘରେ ଆସି ମିଳିବ ସଉଦା

ଘରସଉଦା ଏବେ ଘରେ ପହଂଚିବ। ବର୍ତମାନର ଲକଡାଉନ ବେଳେ ନିଜକୁ ଓ ସମାଜକୁ କରୋନାରୁ ସୁରକ୍ଷିତ ରଖିବାର ବ୍ରତ ନାଗରିକମାନେ ପାଳନ କରୁଥିବାବେଳେ ବିଏମ୍ସି ପକ୍ଷରୁ ୨୮ ଟି ମଲ ଓ ଷ୍ଟୋରର ବନ୍ଦୋବସ୍ତ କରାଯାଇଛି
ସକାଳ ୭ ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ସୁବିଧା ନେଇପାରିବେ ଆଗ୍ରହୀ ଲୋକ।

ଲକ୍‌ଡାଉନ୍ ପାଇଁ ଘରେ ରହୁଥିବା ଲୋକଙ୍କୁ ହାତପାହାନ୍ତାରେ ଯେପରି ସାମଗ୍ରୀ ପହଞ୍ଚିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ସୁବିଧା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୨୮ଟି ସପିଂ ମଲ୍‌ ଦ୍ବାରା ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଯୋଜନା ହୋଇଛି। କେବଳ ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ଥିବା ସମାଗ୍ରୀର ତାଲିକା କରି ହ୍ବାଟସଆପ୍ କରିବାକୁ ହେବ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ଫ୍ରେସ୍‌, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ, ଆଧାର ଫ୍ରେସ୍‌କୁ ହୋମ୍‌ ଡେଲିଭରି କରିବାକୁ ଅନୁମତି ଦିଆଯାଇଛି।

 

 

Spread the love