ଗରୀବଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରୀବଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୯୪ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ।

ବିଭିନ୍ନ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷ ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଉଛି । ଯାହାର ଖର୍ଚ୍ଚ ୯୩୨ କୋଟି ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଆମର ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ପ୍ରଦାନ କରାଯିବ । ଏଥିରେ ୩୩୦ କୋଟି ଖର୍ଚ୍ଚ ହେବ । ଏହି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣ ମାନଙ୍କୁ ମୁଁ ପୁଣିଥରେ ଅନୁରୋଧ କରୁଛି କି ଆପଣମାନେ ଘରେ ରୁହନ୍ତୁ । କରୋନା ଠାରୁ ଦୂରରେ ରୁହନ୍ତୁ ।

 

Spread the love