ବାତ୍ୟା ଭୟରେ ମତ୍ସ୍ୟଜୀବୀଙ୍କୁ କଟକଣା, ବନ୍ଦ ହେଲା ଡଙ୍ଗା ଚଳାଚଳ

ପୁରୀ: ବାତ୍ୟା ଅକଭାନ ପାଇଁ ନୋଳିଆଙ୍କ ଡଙ୍ଗା ବନ୍ଦ । ପୁରୀ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତିର ସମସ୍ତ ଡଙ୍ଗା ବନ୍ଦ ରହିଛି । ଗତକାଲି ଠାରୁ ସମୁଦ୍ରକୁ ଡଙ୍ଗା ବନ୍ଦ କରିଛି ପ୍ରଶାସନ । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ପରେ ସମସ୍ତ ଡଙ୍ଗାକୁ ସମୁଦ୍ର ଭିତରକୁ ଯିବାକୁ ବନ୍ଦ କରାଯାଇଛି । ଅନ୍ୟପଟେ ପୁରୀ ପୋଲିସ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି ।

ବୟସ୍କ ବ୍ୟକ୍ତି ଏବଂ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ବିଶେଷ କରି ପେଣ୍ଠକଟା ,ଚକ୍ରତୀର୍ଥ ରୋଡ ନୂଆ ସାହି,ପେଣ୍ଠକଟା ବସ୍ତିର ଲୋକଙ୍କୁ ସମୁଦ୍ରକୂଳ ଥାନା ଆଇଆଇସିଙ୍କ ସହାୟତାରେ ଉଦ୍ଧାର କରି ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି ।

Spread the love