ବିଶୃଙ୍ଖଳା କଲେ ସୋବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ : ପୁନଃ ବିଚାର ପାଇଁ ଅନୁରୋଧ

ବିଶୃଙ୍ଖଳା କଲେ ସୋବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ନେବା ପରେ ଏହା ବିରୋଧ ଆରମ୍ଭ ହୋଇଯାଇଛି । ନିଷ୍ପତିର ପୁନଃବିଚାର ପାଇଁ ପରିଚାଳନା କମିଟିକୁ ଅନୁରୋଧ କରିଛନ୍ତି ସେବାୟତ । ଗତକାଲି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ହୋଇଥିଲା । ଏଣିକି ସେବାୟତ ଜାଣିଶୁଣି ନୀତି ବିଭ୍ରାଟ କଲେ ଅବା ବିଶୃଙ୍ଖଳା କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ସେବାୟତ ତିନିଥର ଏପରି ଭୂଲ କରିବେ ତାଙ୍କୁ ବହିଷ୍କାର କରାଯିବ ।

ଏହା ସହ ପାଳିଆ ସେବାୟତ ୧ ଘଂଟାରୁ ଅଧିକ ନୀତି ବିଳମ୍ବ କଲେ ଶାଢୀ ବନ୍ଧାର ସୁଯୋଗ ପାଇବେ ନାହିଁ । ପୁର୍ବରୁ ବିଭିନ୍ନ ସମୟରେ ସେବାୟତଙ୍କ ବିଶୃଙ୍ଖଳାର ଚିତ୍ର ସାମ୍ନାକୁ ଆସିଛି । କେତେବେଳେ ଶ୍ରୀଜିଉଙ୍କ ନୀତି ବିଭ୍ରାଟ ତ କେତେବେଳେ ଭକ୍ତଙ୍କ ଉପରେ ଆକ୍ରମଣ । ଏହି ଘଟଣାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱର ସହ ନିଆଯାଇଛି ।

ପୂର୍ବରୁ ବରିଷ୍ଠ ସେବାୟତ ମାନେ ମଧ୍ୟ ଏଭଳି ବିଶୃଙ୍ଖଳିତ ଆଚରଣକୁ ନିନ୍ଦା କରିଥିଲେ । ଏମିତିକି କିଛି ହାତ ଗଣତି ସେବାୟତ ହିଁ ଏଭଳି ବିଶୃଙ୍ଖଳିତ ଆଚରଣ କରୁଥିବା କହିଥିଲେ । ଆଉ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଣିକି ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ସେବାୟତ ।

Spread the love