ଶ୍ରୀକ୍ଷେତ୍ରରେ ଧୂଆଁଳିଆ ସକାଳ, ଘନ କୁହୁଡ଼ିରେ ଲୁଚିଗଲା ପୁରୀ ସହର
ପୁରୀ: କୁହୁଡ଼ି ବଳୟରେ ଜଗନ୍ନାଥ ଧାମ । ଘନ କୁହୁଡ଼ିରେ ଢାଙ୍କିହେଲା ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଧୂଆଁଳିଆ ସକାଳ । ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ହ୍ରାସ ପାଇବାରୁ ଯାତାୟାତରେ ସମସ୍ୟା । ସହରର ବିଭିନ୍ନ ସ୍ଥାନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ବେଳେ ଚାରିଆଡ଼େ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି ।
ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଦୃଶ୍ୟମାନ ଦୂରତା କମିଯାଇଛି । ଏଭଳି ପରିସ୍ଥିତିରେ ଗାଡ଼ି ଚାଳକଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପଡ଼ୁଛି । ଏହି ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିର ବେଗ କମ୍ ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଜରୁରୀ ।
