ସର୍ବଭାରତୀୟ ଗେଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ; ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁଙ୍କ ଯୋଗଦାନ

ଭୁବନେଶ୍ୱର, ନଭେମ୍ବର ୨୮: ସର୍ବଭାରତୀୟ ଗେଟ୍‌ବଲ୍ ୟୁନିୟନ୍ ମହାସଂଘ (ଏଫ୍‌ଏଆଇଜିୟୁ) ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଓପନ୍ ଗେଟ୍‌ବଲ୍ ଟୁର୍ଣ୍ଣାମେଂଟ ନଭେମ୍ବର ୨୪-୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ କ୍ଲାସିକ୍ ବା ଦଳଗତ ବିଭାଗରେ ଓଡ଼ିଶା ଭାଗ ନେଇ ବିଜେତା ହୋଇଥିଲା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ କ୍ଲାସିକ୍ ବିଜୟୀ ଓଡ଼ିଶା ଦଳରେ ସାମିଲ ହୋଇ ଓଡ଼ିଶାକୁ ବିଜୟୀ କରିବାରେ ଗୌରବ ଅର୍ଜନ କରିଛନ୍ତି । ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳତାକୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *