ଅନୁଗୋଳ ରୁ ଭୁବନେଶ୍ୱର ମଦମୁକ୍ତି ପଦଯାତ୍ରା

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଓଡିଶାରୁ ମଦକୁ ବନ୍ଦ କରବା ପାଇଁ ଅନୁଗୋଳ ସ୍ବେଚ୍ଛାସେବୀ ସଂଗଠନର ମଦମୁକ୍ତି ପଦଯାତ୍ରା ଗତ ୨୮ ତାରିଖରୁ ପଦଯାତ୍ରାରେ ମଦକୁ ସମ୍ପୂର୍ଣ ବନ୍ଦ କରିବା ଦାବି ନେଇ ରାଜ୍ୟପାଳ ଓ ନବୀନ ନିବାସଭିମୁଖେ ଯାତ୍ରା କରିଛନ୍ତି। ସମ୍ପୁର୍ଣ୍ଣ ଓଡିଶାକୁ ମଦ ମୁକ୍ତ ଘୋଷଣା ଦାବୀରେ ୨୮ ତାରିଖ ସୋମବାର ଦିନ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ସ୍ୱେଚ୍ଛାସେବୀ ସଂଘର ସଦସ୍ୟ ମାନଙ୍କ ଦ୍ୱାରା ପଦଯାତ୍ରା ଆରମ୍ଭ ହୋଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଅପରାଧ , ହତ୍ୟା , ଦୁଷ୍କର୍ମ ,ପାରିବାରିକ ହିଂସା , ଦୁର୍ଘଟଣା ଗୁଡିକ ବଢ଼ିବାରେ ମଦ ହିଁ ମୁଖ୍ୟ କାରଣ ।
ବିଦେଶୀ ଓ ଦେଶୀ ମଦ ରାଜ୍ୟରେ ଭାଇଚାରା , ନାରୀ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସମ୍ପୁର୍ଣ୍ଣ ଓଡିଶା ମଦ ମୁକ୍ତ ଦାବୀକୁ ଜନ ସଚେତନତା ମାଧ୍ୟମରେ ସମାଜର ମଙ୍ଗଳ ପାଇଁ ସଂଘ ଏହି ପଦଯାତ୍ରା କରିଥିବା କଥା ପ୍ରକାଶ କରିଛି । ଏହି ପଦଯାତ୍ରା ଅନୁଗୁଳରୁ ଆରମ୍ଭ ହୋଇଛି। ଆଜି ଆଠଗଡ଼ ଠାରେ ଏହି ପଦଯାତ୍ରା ପହଞ୍ଚୀଛି । ଆସନ୍ତା କାଲି ଏହି ପଦଯାତ୍ରାରେ ସଂଘର ସଦସ୍ୟ ମାନେ ଦାବୀ ପତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ପ୍ରଦାନ କରିବେ ବୋଲି ସଂଘ କହିଛି।ଏହି ପଦଯାତ୍ରା ରେ ପଦଯାତ୍ରାରେ ପର୍ଶୁରାମଦାଶ , ପ୍ରତାପ ମହାପାତ୍ର,ନିପୁ ଭୁତିଆ,ରୂପୋ ରୋଶନ ଦାସ , ଆଦିତ୍ୟ ପ୍ରସାଦ ମିଶ୍ର , ଛବିଳ , ସୁମିରଞ୍ଜନ ସୂତାର , ପାପୁନା ଦଳବେହେରା ,ଦିବ୍ୟ ଶାନ୍ତନୁ ନାଥ ପ୍ରମୁଖ ଉକ୍ତପଦଯାତ୍ରାରେ ସାମିଲ ଅଛନ୍ତି ।
Spread the love