ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) : ଅନୁଗୁଳ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରଞ୍ଜନ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ରଞ୍ଜନ ପରତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସକାଳ ୧୧.୪୫ ସମୟରେ ଭିଜିିଲାନ୍ସ ବିଭାଗ ତାଙ୍କୁ ଧରିଥିଲା।

ପୂର୍ବରୁ ଥିବା ବକେୟା ବିଲ ପାସ କରାଇ ଦେବାକୁ କହି ଟଙ୍କା ମାଗୁଥିଲେ ରଞ୍ଜନ। ବାରମ୍ବାର କହିବା ପରେ ମଧ୍ୟ କିଛି ଶୁଣୁ ନଥିଲେ। ଟଙ୍କା ନଦେଲେ ବିଲ ପାସ ହୋଇ ପାରିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ। ଫଳରେ ପ୍ରଶାନ୍ତ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଥିଲେ। ପୂର୍ବ ଯୋଜନା ମୁତାବକ ଆଜି ପ୍ରଶାନ୍ତ ଟଙ୍କା ଦେଉଥିବା ସମୟରେ ସେଠାରେ ଥିବା ଭିଜିଲାନ୍ସ ଅଧିକାରୀ ମାନେ କାବୁ କରି ନେଇଥିଲେ। ରଂଜନଙ୍କୁ ଗିରଫ କରା ଯିବା ସହ ତାଙ୍କ ଠାରୁ ୩ ହଜାର ଟଙ୍କା ଜବତ କରା ଯାଇଛି।

Spread the love