ବଲାଙ୍ଗିର ଓ କନ୍ଧମାଳରେ ଖୋଲିବ ୨ଟି କୋଭିଡ଼୍- ୧୯ ହସ୍ପିଟାଲ୍
ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲ।ରେ ୩୫୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ଼୍- ୧୯ ହସ୍ପିଟାଲ୍ ଖେ।ଲିବାପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଖଣି ନିଗମ (ଓଏମସି), କିମ୍ସ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେଇଛି। ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ଶଯ୍ୟା ରହିବ । ବୁଝାମଣା ଅନୁସାରେ ବଲାଙ୍ଗୀରେ ୨୦୦ ଶଯ୍ୟାର କୋଭିଡ଼୍-୧୯ ହସ୍ପିଟାଲ୍ ଖୋଲିବ ।
ସେହିପରି କନ୍ଧମାଳରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍-୧୯ ହସ୍ପିଟାଲ୍ ଖୋଲିବ । ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତତଙ୍କ ଉପସ୍ଥିତିରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା.ଡି ଏବଂ କିମ୍ସ୍ର ସିଇଓ ଡ଼କ୍ଟର ବିଷ୍ଣୁ ପାଣିଗ୍ରାହୀ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବ। ଓଏମସି ସମସ୍ତ ଖର୍ଚ୍ଚ ବହନ କରିବ ଏବଂ କିମ୍ସ୍କୁ ଡାକ୍ତର ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ନିଯୁକ୍ତି ଦାୟିତ୍ୱ ଦିଆଯାଇଛି ।