୫ ଲକ୍ଷ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ୫୦ ହଜାର ଲୋକଙ୍କୁ ମାସ୍କ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର : ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା । ଏଥିଲାଗି ଏପ୍ରିଲ ୯ ତାରିଖରୁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ା ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ, ନିର୍ବାଚିତ ମହିଳା ଜନ ପ୍ରତିନିଧୀ, ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ନେତ୍ରୀବୃନ୍ଦଙ୍କ ସମେତ ମୋର୍ଚ୍ଚାର ସମସ୍ତ ମହିଳା କାର୍ଯ୍ୟକର୍ତାମାନେ ବିଭିନ୍ନ ମହିଳା ସଙ୍ଗଠନ ସହାୟତାରେ ନିଜ ଘରେ ମାସ୍କ ପ୍ରସ୍ତୁତି କରି ସାଧାରଣ ଲୋକଙ୍କୁ ବଂଟନ କରୁଛନ୍ତି ।

ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍‌ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି ।
୫ଲକ୍ଷରୁ ଉର୍ଦ୍ଧ୍ୱ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇଛନ୍ତି ବିଜେପି କାର୍ଯ୍ୟକର୍ତା ା ରାଜ୍ୟ ସଭାପତିଙ୍କ ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଂଟନ କରାଯାଇଛି ।  ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୬ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ବର୍ତମାନ ସୁଦ୍ଧା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ ଟି ବିଧାନସଭା କ୍ଷେତ୍ର, ୪୦୦ଟି ବ୍ଲକ ଓ
ପୈାରପାଳିକାରେ ବାସ କରୁଥିବା ୧ ଲକ୍ଷ ୭୧ ହଜାରରୁ ଉଦ୍ଧ୍ୱ ର୍ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ସେହିପରି ୧ ଲକ୍ଷ
୪ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଂଟନ କରାଯାଇଛି । କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ଖାଦ୍ୟାନ୍ନ ବଂଟନ କରିବେ । ଏହି କାର୍ଯ୍ୟରେ ବିଜେପି ସାଂସଦ,  ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇ ନିଜ ନିଜ ଅଂଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ମାସ୍କ, ସାନିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ପ୍ରତି ଗ୍ରାମରେ ଯେପରି କେହି ବି ଭୋକିଲା ନରହିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କୁ ଦାୟୀତ୍ୱ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ଘର ପାଖରେ ଅନ୍ୟୁନ ୬ ଜଣ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବେ ।

ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟକର୍ତାମାନେ ମନପ୍ରାଣ ଦେଇ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏଭଳି ସଙ୍କଟ ସମୟରେ ଘରୁ ନବାହାରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ପାଇଁ କାର୍ଯ୍ୟକର୍ତାମାନେ ସାଧାରଣଲୋକଙ୍କୁ ସଚେତନ କରୁଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନକ୍ରମେ ଏବଂ ରାଜ୍ୟ ସଂଯୋଜକ ସୁଦର୍ଶନ ଗୋୟଲଙ୍କ ପ୍ରଚେଷ୍ଟାରେ ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ ବେସରକାରୀ ଅନୁଷ୍ଠାନଗୁଡିକ ପିଏମ କେୟାର୍ସ ଫଣ୍ଡକୁ ୩୨ ଲକ୍ଷ ରୁ ଉର୍ଦ୍ଧ୍ୱ ଅର୍ଥ ପଠାଇଛନ୍ତି । ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟକର୍ତାମାନେ ବିଭିନ୍ନ ବଦାନ୍ୟ ବ୍ୟକ୍ତିମାନଙ୍କୁ ସାମିଲ କରୁଛନ୍ତି ।

‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ
ଦୂରେଇ ରଖିପାରିବେ । ଏହି ଆପ୍ ମାଧ୍ୟମରେ କରୋନା ଭୂତାଣୁକୁ ନେଇ କିଛି ସନ୍ଦେହ ଥିଲେ ସାଧାରଣ ଜନତା
ବିଷେଶଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପାରିବେ । ରାଜ୍ୟ ବିଜେପିର ୫୦ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଏହି ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଏହି ଆପ୍ ବ୍ୟବହାର କରିବା ପାଇଁ ପ୍ରବର୍ତାଉଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ଘରେ ରହିବା ସହ ସମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ – ଖାଦ୍ୟ ଅଭାବରୁ କାହାକୁ ଭୋକିଲା ନରଖିବା, ଘରେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଂଟନ କରିବା, ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ପାଇଁ ଅନୁରୋଧ କରିଛନ୍ତି ।
କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ
ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

Spread the love