ମଦୁଆ ଡ୍ରାଇଭରର ବେପରୁଆ ବସ ଚାଳନା- ବର୍ତ୍ତିଗଲେ ୫୦ ଯାତ୍ରୀ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଅନୁଗୁଳରୁ କଟକ ଯାଉଥିବା ଓଆର୦୨ଏଜି-୦୧୮୮ ନମ୍ବର ବିଶିଷ୍ଟ ଶ୍ରୀକ୍ଷେତ୍ର ବସଟି   ୪୫ ଜଣ ଯାତ୍ରୀଙ୍କୁ ନେଇ ଦିନ ୧୨  ସମୟରେ କଟକ ଯାଉଥିଲା ।  ବସ ଡ୍ରାଇଭର ବେପରୁଆ ଭାବେ ଗାଡି ଚଳାଉଥିବାରୁ ବସ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେବା ସହ ଡ୍ରାଇଭର ମଦ୍ୟପାନ କରିଥିବା ନେଇ ଯାତ୍ରୀ ମାନେ ସନ୍ଦେହ କରିବାରୁ ହୋହଲ୍ଳା କରି ନାଲକୋ ଛକ ବସ ଷ୍ଟାଣ୍ଡରେ ବସକୁ ଅଟକ ରଖିଥିଲେ ।
ଏଥି ସହିତ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା । ଆରଟିଓ ଅଫିସ ର ଟ୍ରାଫିକ ଇନିସପେକ୍ଟର କମଳାକାନ୍ତ ମଲ୍ଲିକ ଘଟଣା ସ୍ଥଳକୁ ଆସି ବସ ଡ୍ରାଇଭର ଅରୁଣ ଷଡଙ୍ଗୀକୁ ନିଶା ସେବନ ମେସିନ ଦ୍ୱାରା ପରୀକ୍ଷା କରିଥିଲେ । ତେବେ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ଗାଡି ଚଲାଉ ଥିବା ଜାଣିବାକୁ ପାଇଥିଲେ । ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ବସକୁ ନାଲକୋ ଥାନା ଜିମା ଦିଆଯାଇଛି ।
ଏହି ଘଟଣାରେ ବସ ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ର ରଦ୍ଦ କରାଯିବ ବୋଲି ଓ ଏମ ଭି ଡି କର୍ମଚାରୀ ପ୍ରକାଶ କରିଛନ୍ତି । ସଠିକ୍ ସମୟରେ ଯାତ୍ରୀ ମାନେ ଉଚିତ୍ ପଦକ୍ଷେପ ନେଇଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀ ମାନେ ବଞ୍ଚି ଗଲେ । ତେବେ ନିକଟରେ ଦୁଇ ଦୁଇଟି ବସ ଦୁର୍ଘଟଣା ଘଟି ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଇଥିଳେ ସୁଦ୍ଧା ବସ ମାଲିକ ମାନେ ଏଭଳି ମଦୁଆ ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା ପାଇଁ  ଦେଇ ଯାତ୍ରୀ ମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଆଜିର ଏହି ଘଟଣା ପରେ ବସ ଷ୍ଟାଣ୍ଡ ଉପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
Spread the love