ଅଶ୍ଳୀଳ ଭିଡ଼ିଓ ଭାଇରାଲ — ଲୋକଲଜ୍ୟା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ବନ୍ତଳା ଥାନା ଅନ୍ତର୍ଗତ ଏକ ଗାଁରେ ଲୋକଲଜ୍ଜ୍ୟା ସହିନପାରି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଳଚେର ଅଞ୍ଚଳର କୁହାଯାଉଥିବା ପ୍ରେମିକ ଜଣଙ୍କ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରଲ କରିବା ଯୋଗୁଁ ଯୁବତୀ ଜଣକ ମର୍ମାହତ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନପାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଅଣା ଯାଇଥିଲା।

ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀଙ୍କ ପରିବାର ଲୋକେ ଯୁବକ ବିରୁଦ୍ଧରେ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମକଦମା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଯୁବତୀଙ୍କ ପ୍ରେମିକଙ୍କ ସହ ଯୁବତୀ ଜଣକ ଭିଡ଼ିଓ କଲ କରି ପ୍ରେମିକ ସହ କଥା ହେଉଥିଲେ। ଶରୀରର ଆପତ୍ତି ଜନକ ଅଙ୍ଗ ପ୍ରଦର୍ଶନ କରୁଥିଲେ। ସେହି ମୁହୂର୍ତ୍ତର ଚିତ୍ର ରେକଡିଂ କରି ପ୍ରେମିକ ଭାଇରଲ କରିଥିଲା

Spread the love