ଭାରତରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା, ୧୨ ହଜାର ୩୮୦ ଆକ୍ରାନ୍ତ

କରୋନା ଭୂତାଣୁରେ ଭାରତରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଗୁରୁବାର ସୁଦ୍ଧା ୧୨ ହଜାର ୩୮୦ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୪୦୦ ଅତିକ୍ରମ କରିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୦ ହଜାର ୪୭୭ ଜଣ ଚିକିତ୍ସାଧୀନ ରହିଛନ୍ତି। ୪୧୪ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସକାଳ ୮ଟାରେ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି।

ଏଠାରେ ୨୯୧୬ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୧୮୭ ଜଣ ପ୍ରାଣ ହରାଇଛନ୍ତି। ୨ୟ ସର୍ବାଧିକ ଆକ୍ରାନ୍ତ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୫୭୮ ରହିଛି।

Spread the love