କେବୁଲ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ, ଜାଣନ୍ତୁ ଉପଭୋକ୍ତାଙ୍କୁ କେମିତି ମିଳିବ ଫାଇଦା

ଆଜିଠୁ କେବୁଲ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଏଥରେ ଉପଭୋକ୍ତାଙ୍କୁ କିପରି ଫାଇଦା ମିଳିବ ଆସନ୍ତୁ ଜାଣିବା ।

1- ଏହି ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ।

2- କେବୁଲ ଓ DTH ଉପଭୋକ୍ତା ମାସିକ 153 ଟଙ୍କାରେ ଦୂରଦର୍ଶନର 26 ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ 100ଟି ଫ୍ରି ଟୁ ଏୟାର ଚ୍ୟାନେଲ ଯୋଗାଇବାକୁ ବାଧ୍ୟ।

3- ଏହାସହ ଅଧିକ 20 ଟଙ୍କା ଦେଲେ ଆଉ 25ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ। ତେବେ ପେ-ଚ୍ୟାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେଇ ଚ୍ୟାନେଲ ପାଇଁ ହିଁ ପଇସା ଦେବେ।

4- ପ୍ରତି ଚ୍ୟାନେଲର ଦର 1ରୁ 19 ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ଅପରେଟରମାନେ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ଚ୍ୟାନେଲର ଦର ପ୍ରଦର୍ଶିତ କରିବେ।

Spread the love