୪୪ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତ ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଚିକିତ୍ସିତ ହେଉଥିବା ରାଜ୍ୟର ୪୪ ନମ୍ବର ପଜିଟିଭ ବ୍ୟକ୍ତି ସୁସ୍ଥ ହେବାପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେ କରୋନା କବଳରୁ ସମ୍ପୂର୍ଣ୍ଣ ଭଲ ହେବା ପରେ ମଧ୍ୟ ସେଠାରେ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଜଣାପଡିଛି । ତେଣୁ ତାଙ୍କର ମୃତ୍ୟୁ ଅନ୍ୟ କୌଣସି ରୋଗ ପାଇଁ ଘଟିପାରେ ବୋଲି ସୂଚନା ମିଳିଛି ।

Spread the love