ଆମେରିକା ଦେଲା ପ୍ରଥମ ଚିକୁନ୍ ହେଲିକାପ୍ଟର

ଫିଲାଡେଲ୍‌ଫିଆସ୍ଥିତ ବୋଇଙ୍ଗ୍‌ କାରଖାନାରେ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷ ଶ୍ରୀଙ୍ଗଲାଙ୍କ ଉପସ୍ଥିତିରେ ଭାବେ ‘ଇଣ୍ଡିଆ-ଚିନୁକ୍‌ ଟ୍ରାନ୍‌ସ୍‌ଫର୍‌ ସେରିମନି’ରେ ଭାରତକୁ ପ୍ରଥମ ଚିନୁକ୍‌ ହେଲିକପ୍ଟର ହସ୍ତାନ୍ତର କାରାଯାଇଛି।

ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଶିଳ୍ପ ସହଭାଗିତାକୁ ପ୍ରଶଂସା କରିବା ସହ ବାୟୁ ଭବନର ଡିଜିଏଓ, ଏୟାର୍‌ ମାର୍ସାଲ୍‌ ଏ ଦେବ, ନିୟୁ ୟର୍କସ୍ଥିତ ଭାରତୀୟ କନ୍‌ସୁଲ୍‌ ଜେନେରାଲ୍‌ ସନ୍ଦୀପ ଚକ୍ରବର୍ତ୍ତୀ ମେକ୍‌ ଇନ୍‌ ଇଣ୍ଡିଆକୁ ଦେଇଥିବା ପ୍ରତିଶ୍ରୁତି ଲାଗି ବୋଇଙ୍ଗ୍‌କୁ ପ୍ରଶଂସା କରିଥିଲେ।

2015ରେ ଭାରତ 22ଟି ଏଏଚ୍‌-64ଇ ଆପାଚି ଆଟାକ୍‌ ଓ 15 ଟି ସିଏଚ୍‌-47ଏଫ୍‌(1) ଚିନୁକ୍‌ ଟ୍ରାନ୍‌ସ୍‌ପୋର୍ଟ ହେଲିକପ୍ଟର୍‌ ଲାଗି ବରାଦ ଦେଇଥିଲା। ସେଗୁଡ଼ିକ ଏ ବର୍ଷ ଦିଆଯିବ ବୋଲି ବୋଇଙ୍ଗ୍‌ କହିଛି। ଏ ଦୁଇ ପ୍ରକାରର ହେଲିକପ୍ଟର୍‌ ବିମାନ ଜଗତ୍‌ରେ ସମ୍ପୂର୍ଣ୍ଣ ନୂଆ ମଡେଲ୍‌। ଏହା ଭାରତୀୟ ବାୟୁସେନାର ହେଲିକପ୍ଟର୍‌ ବାହିନୀର ଆଧୁନିକୀକରଣ କରିବ ବୋଲି ଆଶା କରାଯାଉଛି ।

Spread the love