ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଭାଇମାନଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନଠାରୁ ଚାଷୀ ଭାଈ ମନେ ଚାଷ କାମ ଅନୁକୂଳ କରିଥାନ୍ତି। ଏହି ଅବସରରେ  ସମସ୍ତ ଓଡ଼ିଆ ଚାଷୀ ଭାଇ ମାନଙ୍କୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଟୁଇଟ କରି ଅଭିନନ୍ଦନ ଜଣାଇ ଛନ୍ତି ।  ସେ କହିଛନ୍ତି ଆଜିର ଦିନରେ ଆମ ଚାଷୀ ଭାଇମାନେ ଅମୃତ ବେଳାରେ ଅକ୍ଷି ମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଓଡିଆ ଚାଷୀ ଭାଇଙ୍କ ଭଲ ଫସଲ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହୁଅନ୍ତୁ, ଏହା ମୋର ପ୍ରାର୍ଥନା ।

ସବୁବେଳେ ଓଡ଼ିଆଙ୍କସେବା  କରିବା ପାଇଁ ଆଗେଇ ଆସୁଥିବା ଶ୍ରୀ ପ୍ରଧାନ ଚାଷୀ ଭାଈ ମାନେ ଯେପରି କରୋନା ଭାଙ୍ଗି ନପଡ଼ି କିମ୍ବା ଭୟଭୀତ ନ ହୋଇ କାମ କରିବେ ସେଥିପାଇଁ ସେମାନଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ସବୁବେଳେ ଗରିବ ଓ ଅସହାୟଙ୍କ କଥା କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି।

Spread the love