ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ

 ଉତ୍ତର କୋରିଆ ନିଷ୍ଠୁର ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ଘଟିଛି। ନ୍ୟୁୟର୍କ ଟାଇମ୍ସ ସରକାରୀ ଭାବେ ଏ ନେଇ ଘୋଷଣା କରିଛି। କିମ୍ ଜଙ୍ଗ୍ ଉନ୍‌ଙ୍କର ସ୍ବାସ୍ଥ୍ୟକୁ ନେଇ ସଂଶୟ ଜାରି ରହିଥିବା ଓ ଭିନ୍ନଭିନ୍ନ ଖବର ଆସୁଥିବା ପରିପ୍ରେକ୍ଷୀରେ ବାସ୍ତବତା ଜାଣିବା ପାଇଁ ବନ୍ଧୁ ରାଷ୍ଟ୍ର ଚୀନ୍‌ ପକ୍ଷରୁ ଏକ ବିଶେଷଜ୍ଞ ଦଳ ପଠାଯାଇଥିଲା । ଗୁରୁବାର ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି ଆନ୍ତର୍ଜାତିକ ଯୋଗାଯୋଗ ବିଭାଗର ଜଣେ ବରିଷ୍ଠ ସଦସ୍ୟଙ୍କ ନେତୃତ୍ବରେ ଏହି ଦଳ ଉତ୍ତର କୋରିଆ ଯାଇଥିଲେ ।

ଏହି ଦଳରେ ଡାକ୍ତରଙ୍କ ସହ ଚୀନ୍‌ ସରକାରଙ୍କର କିଛି ବରିଷ୍ଠ ସରକାରୀ ଅଧିକାରୀ ମଧ୍ୟ ରହିଥିବା ପ୍ରକାଶ । କିମ୍‌ଙ୍କର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହୋଇଥିବା ଏବଂ ସେ କରୋନାରେ ପୀଡ଼ିତ ଥିବା ନେଇ ଖବର ପ୍ରଚାର ହେଉଥିଲା। ଏମିତିକି ତାଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ପ୍ରଚାର ହେଉଥିଲା ।

ଏହି ପରିପ୍ରେକ୍ଷୀରେ କିମ୍‌ଙ୍କ ସାନ ଭଉଣୀ କିମ୍‌ ୟୋ ଜଙ୍ଗ୍‌ ତାଙ୍କର ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସମ୍ପ୍ରତି ସେ ଶାସକ ଦଳର କର୍ମକର୍ତ୍ତା ଅଛନ୍ତି ।

Spread the love