ଲଙ୍ଗଳ ଧରି ଚାଷ କାର୍ଯ୍ୟ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ନୟାଗଡ଼, ୨୬/୯୪: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି । ସେ କଥାରେ ନୁହେଁ ବରଂ କାମରେ କରି  ଦେଖାନ୍ତି। ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଛି। ସେ  ମନ୍ତ୍ରୀ ହିସାବରେ ତାଙ୍କ ଦାୟିତ୍ୱ କୁ ନିଖୁଣ ଭାବେ ତୁଲାଇବା ସହ ଜଣେ ସାଧାରଣ ମଣିଷ ଭଳି ତୃଣମୁଳ ସ୍ତରରେ ସମସ୍ତଙ୍କ ସହ ଜଡିତ।  ସେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ, କେବଳ କୃଷି ମନ୍ତ୍ରୀ ନୁହେଁ ସେ ପ୍ରକୃତ  ଚଷ। ପୁଅ।

ସୂଚନା ଅନୁସାରେ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହିଦିନ କୃଷକମାନେ ସେମାନଙ୍କ ଜମିରେ ଅଖିମୂଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି । ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ ।

ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ୍‌ଡାଉନ୍‌କୁ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି । କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Spread the love