ବରିଷ୍ଠ ଆଇଏଏସ୍ ଙ୍କୁ କରୋନା ମୁକାବିଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର; ଜାଣନ୍ତୁ କାହା ହାତରେ କେଉଁ ଜିଲ୍ଲା ଦାୟିତ୍ୱ…

ଭୁବନେଶ୍ୱର: କରୋନା ଭାଇରସ  ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ  ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଇଏଏସ୍  ସୁରେଶ ମହାପାତ୍ର ଓ ସୌରଭ ଗର୍ଗଙ୍କୁ କୋଭିଡ ହସ୍ପିଟାଲ ଦାୟିତ୍ୱ ଦିଆଯାଇଥିବା ବେଳେ ପିକେ ମହାପାତ୍ରଙ୍କୁ ସାମାଜିକ ଦୂରତ୍ୱ ଗାଇଡ ଲାଇନ ନିର୍ଦ୍ଧାରଣ, ଦାୟିତ୍ୱ ଦିଆଯାଇଛି। ସେହିପରି ସଂଜୀବ ଚୋପ୍ରାଙ୍କୁ ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ପାଇଁ ବ୍ୟବସ୍ଥା, କ୍ରିଷନ କୁମାରଙ୍କୁ ଅନ୍ୟରାଜ୍ୟରୁ ଫେରିବାକୁ ଥିବା ଓଡ଼ିଆଙ୍କ ନାମ ପଂଜୀକରଣ, ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦାୟିତ୍ୱ, ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ଔଷଧ ଦାୟିତ୍ୱ, ବିଶାଳ ଦେବ ଓ ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ, ଆର ଭିନିଲ କ୍ରିଷ୍ଣାଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡି ଦାୟିତ୍ୱ ମିଳିଛି ।

କାହା ହାତରେ କେଉଁ ଜିଲ୍ଲା ଦାୟିତ୍ୱ

-ବାଲେଶ୍ୱର ଓ ଭଦ୍ରକ: ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ
-ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା: ହେମନ୍ତ ଶର୍ମା ଓ ସୁରେଶ ଦଳେଇ

-ମୟୂରଭଂଜ ଓ କେନ୍ଦୁଝର: ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୁଷ୍ଟି-ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ: ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ
-ଭୁବନେଶ୍ୱର ସହର: ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକ
-କଟକ ସହର ଓ ଗ୍ରାମାଞ୍ଚଳ: ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର
-ଗଞ୍ଜାମ ଓ ଗଜପତି: ଜି ମାଥିଭାଥନନ୍ ଓ କ୍ରିଷନ କୁମାର

-ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା: ସୁଶୀଲ ଲୋହାନୀ ଓ ବେଣୁଧର ବେହେରା
-କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ: ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର
-କୋରାପୁଟ,ମାଲକାନଗିରି,ରାୟଗଡ଼ା ଓ ନବରଙ୍ଗପୁର: ଭିଭି ଯାଦବ ଓ ରସିଦ ଖାନ୍
-ନୟାଗଡ଼ ଓ ପୁରୀ: ଅନୀଲ କୁମାର ସାମଲ
-ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼: ନିରଞ୍ଜନ ସାହୁ ଅଛନ୍ତି।

Spread the love