ଅସହାୟଙ୍କ ହୁଦୟ ଜିତିଲେ ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି

ଭୁବନେଶ୍ୱର, ସାରା ଓଡିଶା କୋରାନ କଳା ମେଘ ସମୟରେ ଅସହାୟ ବାସିନ୍ଦା ହୁଦୟ କୁ ଜିତି ପାରିଛନ୍ତି ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ)। ସାରା ଓଡିଶାରେ ଲକଡଉନୁ ଅବଧି ହୋଇଥିଲାବେଳେ ପ୍ରଥମଦିନଠାରୁ ଖାଦ୍ୟ ସାମଗ୍ରୀ ଦେଇ କିଛି ଭୋକିଲା ମୁହଁରେ ହସ ଦେଇପାରିଛନ୍ତି ନଳିନୀକାନ୍ତ ।

 ଏ ସମୟରେ ଧନୀ ଗରିବକୁ ଭେଦଭାବ ନ କରି ଅସହାୟକୁ ସରକାରଙ୍କ ସାଥିରେ ମିଶି ଖାଦ୍ୟ ବଣ୍ଟନ ଦାୟତ୍ୱ ନେବାର  ସମୟ ଦେଇଥିବା ବେଳେ ଆଜି ଅନେକ ସ୍ଥାନରେ ଭୋକିଲା ମୁଁହରେ ହସ ପୁଟାଇଛନ୍ତି । ୧୮ନଂ ୱାର୍ଡ଼ ଅନ୍ତର୍ଗତ ଅରବିନ୍ଦ ନଗରଠାରେ ୧୦୦ ଜଣଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସହ ମାସ୍କ,ପାଣ୍ଡରା ଅନ୍ତର୍ଗତ କିମ୍ଭୀରିଆ ବସ୍ତିରେ ୫୦୦ ଲୋକଙ୍କ ନିମନ୍ତେ ରନ୍ଧା ଖାଦ୍ୟ‌ ସହ ମାସ୍କର‌ ବନ୍ଦୋବସ୍ତ, ଏବଂ ୧୯ନଂ ୱାର୍ଡ ଅନ୍ତର୍ଗତ ରସୁଲଗଡ଼ ଗ୍ରାମର ଭୋଇ ସାହି ଠାରେ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯିବା ସହ ଜିଜିପି କଲୋନୀ ଠାରେ ରହୁଥିବା Senior citizen ମାନଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିବା ସହ ଜନସାଧାରଣଙ୍କୁ ସଚେତନ କରାଗଲା।

ଲକଡାଉନର‌ ଆରମ୍ଭରୁ ଆମ୍ଭର ଅଭିଯାନ ଅସହାୟ ଗରିବ ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ପ୍ରୟାସ।-ଯେଉଁ ସମୟରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ, ଅତି କମ୍ ବୟସରୁ ସମାଜରେ ଥିବା କର୍ତ୍ତବ୍ୟକୁ ଆପଣେଇନେଇଥିବା ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ) ଅସହାୟଙ୍କ ନିମନ୍ତେ ଅଭିଯାନ ଯାରି ରଖିଛନ୍ତି।

Spread the love