ରାଜଧାନୀରୁ ପୁଣି ଦୁଇ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରୁ ପୁଣି ୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୭ରେ ପହଚିଂଛି ।

ଗତ କିଛି ଦିନ ହେବ ରାଜଧାନୀରୁ ଆଉ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବାରୁ ଆଶ୍ୱସ୍ତି ଆଣି ଦେଇଛି । ହେଲେ କୋଲକତା ଫେରନ୍ତା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଗୋଟିଏ ଦିନରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି ।

ସେହିଭଳି ଦକ୍ଷିଣ ଓଡିଶାର ପ୍ରଥମ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ବୟସ ୨୨ ବର୍ଷ । ସେ ଷ୍ଟାଫନର୍ସ ଭାବେ କାର୍ଯ୍ୟ କରୁଛନ୍ତି । ଆକ୍ରାନ୍ତ ସ୍ୱାସ୍ଥ୍ୟ କର୍ମୀ କୋଲକତରାରୁ ଫେରିଥ ୧୪ ଦିନିିଆ କ୍ୱାରେଂଟାଇନ୍‌ରେ ରଖାଯାଇଛି ।

Spread the love