ଭୁବନେଶ୍ୱରରେ ଖୋଲିବ ଦୋକାନ, କ’ଣ ଖୋଲିବ ଆଉ କ’ଣ ରହିବ ବନ୍ଦ?

ଭୁବନେଶ୍ୱର, ୨୮/୦୪: ଭୁବନେଶ୍ୱରରେ ଖୋଲିବ ଦୋକାନ । କେତେଟାରୁ କେତେବେଳ ଯାଏଁ , କ’ଣ ଖୋଲିବ ଆଉ କ’ଣ ରହିବ ବନ୍ଦ?  ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛି ବିଏମସି।

ଖୋଲା ରହିବ…

ଇଲୋକଟ୍ରୋନିକ୍ସ ଉପକରଣ ଦୋକାନ, ମୋଟର ଗ୍ୟାରେଜ୍ , ବ୍ୟଟେରୀ ଦୋକାନ, ମୋଟର ପାର୍ଟ୍ସ ଦୋକାନ ଖୋଲା ରହିବ । ସେହିପରି ପଞ୍ଜିକୃତ ହୋଇଥିବା ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ ଖୋଲା ରହିବ । ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ, ସିମେଣ୍ଟ, ଲୁହା ରଡ଼, ଚିପ୍ସ ଦୋକାନ, ଓମଫେଡ୍, ଓପୋଲପେଡ, ଚିଲିକା ଫ୍ରେସ୍, ଖୋଲା ରହିବ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହିସବୁ ଦୋକାନ ଖୋଲା ରଖିବାକୁ ଅନୁମତି ।

ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ୍, ବିଗ୍ ବଜାର, ୨୫ ପ୍ରତିଶତ କର୍ମଚାରୀ ସହ ଏସବୁ କାର୍ଯ୍ୟ କରିପାରିବେ । ଆଉ ଏଥିପାଇଁ କମିଶନରେଟ୍ ପୋଲିସର ନିକଟରୁ ମୁଖ୍ୟ ଅଫିସ୍ ଅନୁମତି ଆଣିବାକୁ ପଡ଼ିବ । ସେମାନଙ୍କ ସେବା ଯୋଗାଇ ପାରିବେ । ଏପରିକି ରେଷ୍ଟୁରାଣ୍ଟରୁ ପାର୍ସଲ ନେଇପାରିବେ ଆଉ ଅନଲାଇନରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ । ଆଉ ବିଏମସି ଅଧୀନ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିବ । କିନ୍ତୁ ବାହାରୁ ଶ୍ରମିକ ଆଣିପାରିବେ ନାହିଁ ।

ବନ୍ଦ ରହିବ…  

ମାର୍କେଟ କମ୍ଲେକ୍ସ ଓ ମଲ୍ ବନ୍ଦ, ଜିମ୍, ବିୟୁଟି ପାର୍ଲର, ଗେମ୍ ପାର୍ଲର, ସେଲୁନ ମସାଜ, ପାର୍ଲର ବନ୍ଦ, ପାନ, ଚା’, କଫି ଷ୍ଟଲ, ଫାଷ୍ଟଫୁଡ୍ ବୁଥ୍, ଟିଫିନ୍, ଫଳରସ ଦୋକାନ ଗୁଡ଼ିକୁ ଅନୁମତି ନାହିଁ । ଦୋକାନ ଭିତରେ ୫ ଜଣରୁ ଅଧିକ ଗ୍ରାହକଙ୍କୁ ଅନୁମତି ନାହିଁ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କଡ଼ା ନିର୍ଦ୍ଦେଶ ଦେଇଛି ବିଏମସି ।

Spread the love