୩୪ ଓଏଏସ ଅଫିସରଙ୍କୁ ନୂଆ ନିଯୁକ୍ତି

କରୋନା ସଂକ୍ରମଣର ମୁକାବିଲା ମଧ୍ୟରେ ରାଜ୍ୟ ସରକାର ପ୍ରୋବେସନରେ ଥିବା ୩୪ଜଣ ଓଏଏସ୍ ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ଗତବର୍ଷ ଜୁନ୍ ମାସରୁ ପ୍ରଶିକ୍ଷଣରେ ଥିବା ଏହି ଅଫିସରମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ ଶଶୀଭୂଷଣ ମହାପାତ୍ରଙ୍କୁ ବେଲଗୁଣ୍ଠା ବିଡିଓ, ଏମ ଅନୁରାଧାଙ୍କୁ ତୁମୁଡ଼ିବନ୍ଧ ତହସିଲଦାର, ଆୟୁଷୀ ମହାପାତ୍ରଙ୍କୁ ନୟାଗଡ଼ ଉପଜିଲ୍ଲାପାଳ, ଲୀଲାବତୀ ଆଚାରୀଙ୍କୁ ରାୟଗଡ଼ ତହସିଲଦାର, ପୁନମ ମହାପାତ୍ରଙ୍କୁ ଚିକିଟି ତହସିଲଦାର, ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ କୁଜଙ୍ଗ ତହସିଲଦାର, ମାନସ ରଞ୍ଜନ ସାହୁଙ୍କୁ ରାଉରକେଲା ତହସିଲଦାର, ମାନସ ରଞ୍ଜନ ତ୍ରିପାଠୀଙ୍କୁ ନର୍ଲା ତହସିଲଦାର, ରଞ୍ଜିତ କୁମାର ମଲ୍ଲିକଙ୍କୁ ଆଳି ବିଡିଓ, କରିସ୍ମା ବେସରାଙ୍କୁ କଲମପୁର ତହସିଲଦାର ଓ ଅଦାଲ ସ୍ନେହଲତାଙ୍କୁ ନନ୍ଦାହାଣ୍ଡି ତହସିଲଦାରଭାବେ ନିଯୁକ୍ତି ମିଳିଛି।

ସେହିପରି ପ୍ରୟାସୀ ପ୍ରଧାନଙ୍କୁ ସୋନପୁର ଉପଜିଲ୍ଲାପାଳ, ପ୍ରୀତମ କୁମାର ତନ୍ତୀ ଓ ସରୋଜ କୁମାର ରାଉତଙ୍କୁ ବଲାଙ୍ଗୀର ଉପଜିଲ୍ଲାପାଳ, ଅର୍ଚ୍ଚନା ଦାସ ଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କୁ କୋରାପୁଟ ଉପଜିଲ୍ଲାପାଳ, ଲୋପାମୁଦ୍ରା ସାମଲ ଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ନୂଆପଡ଼ା ଉପଜିଲ୍ଲାପାଳ, ଅନାମିକା ପାଣ୍ଡେ, ଅନନ୍ତ କୁମାର ହାଂସଦା ଓ ବିକ୍ରମ କେଶରୀ ପରିଡ଼ାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ରାଜୀବ ହାଂସଦା ଓ ଏସକେ ଶାଗିରଙ୍କୁ ଗଜପତି ଉପଜିଲ୍ଲାପାଳ, ଅନୁପ ଅଭିଷେକ ବେହେରା ଓ ପ୍ରଭାତୀ ଝୋଡ଼ିଆଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ,ସୁଶ୍ରୀ ପ୍ରଧାନ ଓ ବିଶ୍ୱଜିତ ରାୟଙ୍କୁ କଳାହାଣ୍ଡି, ପ୍ରିୟଦର୍ଶିନୀ ମଲ୍ଲିକ, ରୋଶନ ଶତପଥୀ ଓ ସନ୍ଧ୍ୟା ସମର୍ଥଙ୍କୁ ମାଲକାନଗିରି ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

Spread the love