ହସ୍ପିଟାଲରେ ଭର୍ତ୍ତି ହେଲେ ରିଷି କପୁର

ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଷିଙ୍କୁ ମୁମ୍ବାଇର ସାର ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ ନିଆଯାଇଥିବା ନେଇ ତାଙ୍କ ଭାଇ ରଣଧୀର ସୂଚନା ଦେଇଛନ୍ତି। ରଣଧୀର କହିବା ଅନୁଯାୟୀ, ରିଷି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗ କରିବାରୁ ହସ୍ପିଟାଲ ନିଆଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ବର୍ତ୍ତମାନ ରିଷିଙ୍କ ପାଖରେ ପତ୍ନୀ ନୀତୁ ଅଛନ୍ତି। ରିଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ। ସୋଶାଲ ମିଡିଆରେ ବେଶ ସକ୍ରିୟ ଚିଣ୍ଟୁ ଓରଫ ରିଷି। କିନ୍ତୁ ଗତ ଏପ୍ରିଲ ୨ ପରଠାରୁ କିଛି ପୋଷ୍ଟ କରିନାହାନ୍ତି। ପୂର୍ବରୁ ସେ ଘୋଷଣା କରିଥିଲେ ହଲିଉଡ୍‌ ଫିଲ୍ମ ‘ଦି ଇଣ୍ଟର୍ଣ୍ଣ’କୁ ରିମେକ୍‌ କରିବେ। ଦୀପିକା ପାଦ୍ୟୁକୋନ୍‌ଙ୍କୁ ନେଇ ଏହି ଫିଲ୍ମ କରିବାର ଥିଲା।

Spread the love