ସେଣ୍ଟ ଜାଭିୟର ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ

ଯାଯପୁର ଜିଲ୍ଲା ବରୁଆଁ ସ୍ତିତ ସେଣ୍ଟ ଜାଭିୟର ହାଇସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଏବଂ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ବ୍ୟାତିତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ ।ଛାତ୍ରଛାତ୍ରୀ ମାନେ ସମାଜର ମୁଖ୍ୟ ସ୍ରୋତରେ ଆଗାମି ଦିନରେ ସାମିଲ ହୋଇ ଶଶକ୍ତ ରାଷ୍ଟ୍ର ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ ବୋଲି କହିଛନ୍ତି ।

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ମହାପାତ୍ର ।ଦେଵେନ୍ଦ୍ର କୁମାର ନାୟକ ,ସୁରେନ୍ଦ୍ର ରାଉତ ,ଆଜୟ ମହାନ୍ତି ,ଗୋବିନ୍ଦ ସେଠି ,ଗୋପାଳ ଜେନା,ଦୁଖିଃରାମ ମହାନ୍ତି ପ୍ରମୁଖ ଶିକ୍ଷକ ମାନେ ଯୋଗଦାନ କରିଥିଲେ ।ଧିରେଧିରେ ଶିକ୍ଷା କ୍ଷେତ୍ରରେ ଆସୁଥିବା ବୈପ୍ଳବିକ ପରିବର୍ତ୍ତନ ସମାଜକୁ ଆହୁରି ସୃଦୃଢ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସ୍କୁଲ ପକ୍ଷରୁ ସମ୍ଭୋର୍ଦ୍ଧିତ କରାଯାଇଛି ।ଛାତ୍ରଛାତ୍ରୀ ମାନଙ୍କ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଛି । ସେଣ୍ଟ ଜାଭିୟର ସ୍କୁଲ ନିର୍ଦ୍ଦେଶକ ଧ୍ରୁବକୁମାର ମହାପାତ୍ର ସଭାର ସଭାପତିତ୍ୱ  କରିଥିଲେ ।  ଗତ କିଛି ବର୍ଷ ମଧ୍ୟରେ ସେଣ୍ଟ ଜାଭିୟର ହାଇସ୍କୁଲ କେବଳ ଯାଯପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି ।

ଏହି କାର୍ଯ୍ୟକ୍ରମ ରେ ଏସ.କେ ବକସ ,ଗୋପାଳ ଚନ୍ଦ୍ର ଜେନା ,ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଗ୍ରହଣ କରିଥିଲେ ।ସ୍କୁଲ ର ପ୍ରଧାନ ଶିକ୍ଷକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Spread the love