ଯାଜପୁରରେ ପୁଣି ୧୪ ପଜିଟିଭି, ଗୋଟିଏ ଦିନରେ ୧୭

ଯାଜପୁର ଜିଲ୍ଲାରେ  ପୁଣି ୧୪ କରୋନା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ  ଗୋଟିଏ ଦିନରେ ୧୭ ପଜିଟିଭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାଜପୁରରେ ସକାଳୁ ୩ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଥିବାବେଳେ ଅପରାହ୍ନରେ ପୁଣି ୧୪ ଜଣଙ୍କ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ପୁରୁଷ ହୋଇଥିବାବେଳେ ୬ ଜଣ ହେଉଛନ୍ତି ମହିଳା । ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଚିଂଛି ।

ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ଛୁଇଁଲା । ରାଜ୍ୟର ସବୁଠାରୁ ଯାଜପୁର ଜିଲ୍ଲାକୁ ରେଡ ଜୋନ ଭାବେ ଚିହ୍ନଟ କରାଯାଇଛି । କୋଲକତାରୁ ୭ଶହ ଲୋକ ଓଡିଶା ଫେରିଥିବାରୁ ଆକ୍ରାନ୍ତମାନେ ସେହି ଯୁବକମାନଙ୍କ ସହ ମିଳାମିଶା କରିଥିବା ଜଣାପଡିଛି । ଯାଜପୁରରେ ଗୋଟିଏ ଦିନରେ ୧୭ କରୋନା ଆକ୍ରା୍ନ୍ତ ଚିହ୍ନଟ ହେବା ଘଟଣା ସରକାରଙ୍କ ମୁଣ୍ଡ ବିନ୍ଦାର କାରଣ ପାଲଟିଛି ।  ଯାଜପୁରରୁ ସକାଳୁ ଜଣେ ଯୁବତୀ ଓ ଦୁଇ ଜଣ ପୁରୁଷଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି । ଯୁବତୀଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ଅନ୍ୟ ଦୁଇ ବ୍ୟକ୍ତିଙ୍କ ବୟସ ୫୬ ଓ ୬୫ ହେବ ବୋଲି ଜଣାପଡିଛି । ସେହିଭଳି ବାଲେଶ୍ୱର ଜିଲ୍ଲାରେ ଗତକାଲି ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କ ବୟସ ୩୩, ୪୪ ଓ ୬୧ ବୋଲି ଜଣାପଡିଛି । 

Spread the love