ହସ୍ପିଟାଲର କର୍ମଚାରୀଙ୍କ ସହ ବର୍ଷିଆନ କଳାକାର ଋଷି କପୁରଙ୍କ କିଛି ଅବିସ୍ମରଣୀୟ ମୁହୂର୍ତ୍ତ, ଦେଖନ୍ତୁ

ଏ ଦୁନିଆ ଏକ ରଙ୍ଗମଞ୍ଚ । ସମସ୍ତେ ଏଠାରେ ନିଜ ନିଜ ଅଭିନୟ ସାରି ବାହୁଡ଼ି ଯାଆନ୍ତି । କେବଳ ରହିଯାଏ ସ୍ମୃତି । ସେହିଭଳି ଏକ ଅଭୁଲା କଳାକାର ହେଉଛନ୍ତି ଋଷି କପୁର । ସେ ଆଜି ଏ ଦୁନିଆର ରଙ୍ଗ ମଞ୍ଚରୁ ବିଦାୟ ନେଇଛନ୍ତି ସତ କିନ୍ତୁ ଛାଡିଯାଇଛନ୍ତି ଅନେକ ସ୍ମୃତି ।

ଋଷି କପୁର ଗତକାଲି ହସ୍ପିଟାଲରେ ଭର୍ତ୍ତି ହେବାପରେ ସେଠାକାର ଜଣେ କର୍ମଚାରୀ ଋଷିଙ୍କ ଆଗରେ ଗୀତ ଗାଉଥିବା ଓ ପରେ ଋଷି ତାଙ୍କୁ ଅନେକ ଶୁଭକାମନା ସହ ଆଶୀର୍ବାଦ ଦେଉଥିବା ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।

Spread the love