ଜଗତସିଂହପୁରରେ କାୟା ବିସ୍ତାର କଲା କରୋନା; ରାଜ୍ୟରେ ୧୮୫ ଆକ୍ରାନ୍ତ

ଆଜି ନୂଆ ରାଜ୍ୟ ଭାବେ ଜଗତସିଂହପୁର କୁ ଛୁଇଁଛି କରୋନା। ସେମାନେ ସମସ୍ତେ ସୁରତ ଫେରାନ୍ତା ବୋଲି ଜଣାପଡିଛି। ରାଜ୍ୟରେ ଏବେ ପୁଣି ନୂଆ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜିଟିଭ୍ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି।

କେନ୍ଦ୍ରାପଡାରେ ପ୍ରଥମେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ସୁସ୍ଥ ହଲା ପରେ ଏହି ଜିଲ୍ଲାକୁ ଗ୍ରୀନ ଜୋନ ବୋଲି ଘୋଷଣା ହୋଇଥିଲା । ଏବେ ପୁଣି ଜଣେ ଚିହ୍ନଟ ହେବା ପରେ ଜିଲ୍ଲା ଏବେ ଆକ୍ରାନ୍ତ ତାଲିକାକୁ ଆସିଗଲା । ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଂଚିଛି ।

Spread the love